ସାମାଜିକ ଦୂରତା ରହିବନି, ଭକ୍ତଙ୍କୁ ରୋକିବା କାଠିକର ପାଠ

Spread the love

Zouila http://livelifepursuehappy.com/wp-json/oembed/1.0/embed?url=https://livelifepursuehappy.com/my-account/ ଆଫତାବ ନ୍ୟୁଜ ବ୍ୟୁରୋ : ଭାଙ୍ଗିଯିବ କି ପରମ୍ପରା । ବନ୍ଦ ହୋଇଯିବ କି ରଥଯାତ୍ରା । ହଟିଆ ଠାକୁରଙ୍କୁ ହଇରାଣ କରିଦେବ କି କରୋନା… ମହାପ୍ରଭୁଙ୍କ ପାଇଁ ଏବେ ବିପଦ ଆଣିଛି ମହାମାରୀ । ପରିସ୍ଥିତି ଏମିତି ହୋଇଛି ଯେ, ଦୋଛକିରେ ପଡି ଯାଇଛନ୍ତି ସରକାର । ଏପଟେ ଭକ୍ତଙ୍କ ଭାବାବେଗ, ସେପଟେ ଜୀବନ ବଂଚାଇବାର ସକଳ୍ପ । ସମୟ ହିଁ ସଠିକ୍ ନିଷ୍ପତି ପାଇଁ ରାସ୍ତା ଦେଖାଇବ କହି ପ୍ରଶାସନ ବି ନିରବ ରହିଛି ।

ହଟିଆ ଠାକୁର ସେ ଭାବ ବିନୋଦିଆ । ସେ ଡାକିଲେ ଓ କରେ, ଦାସିଆ ହାତରୁ ବି ନଡିଆ ନେଇପାରେ । ଭକ୍ତ ଚାହୁଁଛି ରଥ ଗଡୁ, କଳା ଠାକୁର ଦାଣ୍ଡକୁ ଆସୁ । ମାଉସୀମା ପାଖେ ପୋଡପିଠା ଖାଇ ବଡଦାଣ୍ଡରେ ଳୀଳାଖେଳା କରୁ । ସେହି ଅନୁସାରେ ପ୍ରସ୍ତୁତି ବି ଚାଲିଛି । ରଥ ନିର୍ମାଣ ଚାଲିଛି, ସେବାୟତ ବି ନିଜକୁ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଉତ୍କଳ ପ୍ରଦେଶରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବି ବଢ଼ି ଚାଲିଛି ।

ସେବାୟତଙ୍କ ମତରେ ଥରେ ପରମ୍ପରା ବନ୍ଦ ହୋଇଗଲେ, ୧୨ ବର୍ଷ ଯାଏଁ ଗଡିବନି ମହାବାହୁଙ୍କୁ ରଥ । ସେପଟେ ଇତିହାସ କହୁଛି, ୪୨୫ ବର୍ଷରେ ୩୨ ବର୍ଷ ରଥଯାତ୍ରା ହୋଇନାହିଁ । ତେବେ ୧୭୩୬ ମସିହା ଠାରୁ ଏବେ ଯାଏଁ ରଥଯାତ୍ରା ସୁରୁଖୁରରେ ଚାଲିଛି । ତେଣୁ ଚଳିତବର୍ଷ ଯାତ୍ରା ବନ୍ଦ କରା ନଯାଉ ବୋଲି ମତ ପ୍ରକାଶ ପାଇଛି ।

ଏବେ ନଜର ପକାଇବା ସାମ୍ପ୍ରତିକ ପରିସ୍ଥିତି ଉପରେ । କରୋନାର କରାଳ ରୂପ ସାରା ବିଶ୍ୱ ଦେଖୁଛି । ଭାରତ ଏବଂ ଓଡିଶା ବି ଏଥିରୁ ବର୍ତି ନାହାଁନ୍ତି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫ଶହ ଟପିଗଲାଣି । ଓଡିଶାରେ ତ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । ଏମିତିରେ ମେ ୩ରେ ଲକ୍ ଡାଉନ ଯଦି ଉଠି ଯାଉଛି ତେବେ ଦେଶବ୍ୟାପୀ ଥିବା ପ୍ରବାସୀ ଓଡିଆ ଶ୍ରମିକ ଓ ଫସି ରହିଥିବା ଲୋକେ ସୁଅ ଭଳି ରାଜ୍ୟକୁ ମାଡି ଆସିବେ । ସାମାଜିକ ଦୂରତା ଓ ସଂକମଣ ରୋକିବା ସରକାରଙ୍କ ପାଇଁ ବଡ ଚ୍ୟାଲେଂଜ ହୋଇ ଛିଡା ହେବ । ଏଭଳି ସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେଲେ ସାମାଜିକ ଦୂରତା ରହିବା ନେଇ ଆଶଙ୍କା ରହିଛି । ରଥକୁ ପୁଲିସ ଟାଣିଲେ ବି ପହଣ୍ଡି ଓ ନୀତିକାନ୍ତିରେ ସାମାଜିକ ଦୂରତା ରହିବ ନାହିଁ ବୋଲି ସନ୍ଦେହ ଉପୁଜିଛି ।

ରଥଯାତ୍ରା କରାଇବାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ଏଯାଏଁ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ସମସ୍ତଙ୍କ ସହ ବିଚାରବିମର୍ଷ କରିବା ପରେ ରଥଯାତ୍ରା ହେବ କି ନାହିଁ ତାହା ନିଷ୍ପତି ନିଆଯାଇପାରେ । ତେବେ ସମୟ ହିଁ କହିବ, ମହାପ୍ରଭୁଙ୍କର ଜୟ ହେଉଛି ନା କରୋନା ହରାଉଛି ଭକ୍ତର ଭାବାବେଗକୁ ।

253 Views

Leave a Reply

Your email address will not be published. Required fields are marked *

Translate »