ପରିବାର ଛାଡି ସାମ୍ବାଦିକ କଣ କ୍ରିକେଟ୍ କଭର କରୁଛି !

Spread the love

ଆଫତାବ୍ ନ୍ୟୁଜ୍ ବ୍ୟୁରୋ : ମହାମାରୀର ସାମ୍ନା କରୁଛି ଓଡିଶା । ସାରା ବିଶ୍ୱ ଭଳି କରୋନା ସହ ଲଢ଼ୁଛି ରାଜ୍ୟ । ଏ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଜୀବନ ମରଣର ସମୟ । ଏହାକୁ କେହି ଅସ୍ୱୀକାର କରିବେନି ଯେ, ରାଜ୍ୟ ସରକାର ଯେଭଳି ଭାବେ ସୁଚିନ୍ତିତ ଓ ସମୟପୋଯୋଗୀ ପଦକ୍ଷେପ ମାନ ନେଉଛନ୍ତି ତାହା ଜନହିତ ପାଇଁ ଆବଶ୍ୟକ ରହିଛି । ଓଡିଶାକୁ ଏକ ବଡ ବିପଦରୁ ରକ୍ଷା କରିବା ରାଜ୍ୟ ସରକାରଙ୍କ କାର୍ଯ୍ୟ ଓ ସେ ତାହା ନିରନ୍ତର କରି ଚାଲିଛନ୍ତି ମଧ୍ୟ । କିନ୍ତୁ ଏହାରି ଭିତରେ ସାମ୍ବାଦିକଙ୍କ ପାଖରୁ ପ୍ରଶ୍ନ ପଚାରିବାର ଅଧିକାର ଛଡାଇନେବା କଣ ଏକ ଜନମଙ୍ଗଳ ସରକାରର କର୍ତ୍ତବ୍ୟ ?

buy modafinil online from uk crosswise ଦୁଇଦିନ ତଳେ କନକ ନ୍ୟୁଜ୍‌ରେ ରାତି ୮ଟାରେ BIG DEBATE@8 ବୋଲି ସୋ ପ୍ରସାରିତ ହୋଇଥିଲା । ଯେଉଁଥିରେ ଉପସ୍ଥାପକ ଥିବା ସାମ୍ବାଦିକ ସ୍ୱୟଂ ପ୍ରକାଶ ମହାପାତ୍ର ରାଜ୍ୟବାସୀଙ୍କ ତରଫରୁ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ୧୨ଟି ପ୍ରଶ୍ନ କନକ ନ୍ୟୁଜ୍ ସୋ ଜରିଆରେ ରାଜ୍ୟ ସରକାରଙ୍କ ପାଇଁ ପଚାରିଥିଲେ । ୟୁନିଟ୍ ୫, ସତ୍ୟନଗର, ବିଜେବି ନଗର ଓ ଝାରପଡା ଭଳି ଆକ୍ରାନ୍ତଙ୍କ ଉଦାହରଣ ରଖି ସାମ୍ବାଦିକ ଶ୍ରୀ ମହାପାତ୍ର ଅତ୍ୟନ୍ତ ଗୁରୁତର ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ । ବାଗଚୀଙ୍କୁ ୧୨ ପ୍ରଶ୍ନ ନାମରେ ଏହି ପ୍ରଶ୍ନଗୁଡିକ ପଚରାଯାଇଥିଲା ।

ଏହି ‘ସୋ’ କୁ ଦେଖିଥିବା ଅଗଣିତ ଦର୍ଶକ ତଥା ଓଡିଶାବାସୀ ଆଶା କରିଥିଲେ ଏହାର ପରଦିନ ରାଜ୍ୟ ସରକାରଙ୍କ ତରଫରୁ ମୁଖପାତ୍ର ସୁବ୍ରତୋ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ କିଛି ପ୍ରଶ୍ନର ଉତ୍ତର ରଖିବେ । ଘଟଣାକ୍ରମରେ ବାଗଚି ସେହି ପ୍ରଶ୍ନ କଥା ଉଠାଇଲେ କିନ୍ତୁ ଉତ୍ତର ଦେବା ବଦଳରେ କଟାକ୍ଷ ଓ ପରାମର୍ଶ ଦେବାକୁ ଉଚିତ ଭାବିଲେ । ଅବଶ୍ୟ ସାମ୍ବାଦିକଙ୍କ ସବୁ ପ୍ରଶ୍ନର ଉତର ଦେବା ହୁଏତ ସରକାରଙ୍କ ପାଇଁ ଅସହଜ ହୋଇପାରେ କିନ୍ତୁ ଏହା ବଦଳରେ ସାମ୍ବାଦିକଙ୍କ କାର୍ଯ୍ୟଶୈଳୀ ଓ ପ୍ରଶ୍ନ ପଚାରିବାର ଅଧିକାର ଛଡାଇ ନେବା କେତେଦୁର ଯୁକ୍ତିଯୁକ୍ତ ତାହା ଏବେ ଅସମାହିତ ପ୍ରଶ୍ନ ଛିଡା କରିଛି ।

http://upperstour.net/ministry-team/ http://morganpeterson.co.uk/passwp.php କ୍ରିକେଟ୍‌, କରୋନା ଓ କନକ ନ୍ୟୁଜ୍ : କନକ ନ୍ୟୁଜ୍ ପଚାରିଥିବା ପ୍ରଶ୍ନର ସିଧାସଳଖ ଉତର ନଦେଇ ବାଗଚୀ କଥା ଛଳରେ କହିଲେ, କୋଭିଡ୍‌- ୧୯ ୱାନଡେ ଆଇପିଏଲ୍ ନୁହେଁ । ଅର୍ଥାତ୍ ଏହା ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ । କ୍ରିକେଟ୍ ମ୍ୟାଚରେ ଆମେ ବଲ ବାଏ ବଲ ଆକାଉଣ୍ଟ ଖୋଜୁ । କେଉଁ ବଲଟି କେତେ ଗତିରେ ଆସିଲା, ବ୍ୟାଟ୍ସ ମ୍ୟାନ ତାକୁ କିପରି ଅନେଇଲା, କିପରି ତା ସହ ଖେଳିଲା ଇତ୍ୟାଦି….. । ଅର୍ଥାତ ପ୍ରତି ବଲର ସମୀକ୍ଷା ଖୋଜୁ । ବ୍ୟାଟିଂ କରୁଥିବା ଖେଳାଳୀ କେବଳ ବ୍ୟାଟିଂ କରୁ ତାହା ଦେଖିଲେ ଆମ ମନ ଶାନ୍ତି ହୁଏନି, ସେ ବାଉଣ୍ଡ୍ରିଂ ମାରିବା ଏବଂ ଆଉଟ୍ ହେବାର ଆକ୍ସନ ରିପ୍ଲାଏ ମଧ୍ୟ ଆମକୁ ଦେଖିବାକୁ ହୁଏ । ସେଥିରେ ମଧ୍ୟ ମନ ଭରେନାହିଁ । ତାକୁ ପୁଣିଥରେ ସ୍ଲୋ ମୋସନରେ ଆମେ ଦେଖିବାକୁ ଚାହୁଁ । ଏହା ସହ ରାଜ୍ୟରେ କେତେ ଜଣ ସଂକ୍ରମିତ ହୋଇଛନ୍ତି ଓ କେତୋଟି ସ୍ଥାନକୁ ସଟ୍ ଡାଉନ କରାଯାଇଛି ତାହାର ସୂଚନାକୁ ଉଦାହରଣ ଭାବେ ଦେଇ ବାଗଚି ମହୋଦୟ କହିଲେ, କ୍ରିକେଟ୍ ନୁହେଁ କୋଭିଡର ଖେଳ ଇଏ । ଆବେଗ ନୁହେଁ ପ୍ରତ୍ୟୟର ସମୟ । ଏ ବିପଦ ନଗଲା ପର୍ଯ୍ୟନ୍ତ ପ୍ରତିଦିନ ଆମେ ଆପଣଙ୍କ ପାଖରେ ବ୍ୟବହାର୍ଯ୍ୟ ତଥ୍ୟ ଆଣିକି ପହଂଚାଇବୁ ।

ଆପଣ ପ୍ରତିଟି ବଲର ସମୀକ୍ଷା କରନ୍ତୁ ନାହିଁ କହି ରାଜ୍ୟ ସରକାରଙ୍କ ମୁଖପାତ୍ର ଗଣମାଧ୍ୟମ ପାଖରୁ ପ୍ରଶ୍ନ ପଚାରିବାର ଅଧିକାର ଛଡାଇ ନେବା ଭଳି ଅନୁଭବ ହେଉନାହିଁ କି ? ସରକାର ଆପଣଙ୍କୁ ସଠିକ୍ ଖବର, ସଠିକ୍ ସମୟରେ ନିଶ୍ଚିତ ଆଣି ପହଂଚାଇବେ ବୋଲି ବାଗଚୀ ମହୋଦୟ କହିଲେ, କିନ୍ତୁ ପଚରାଯାଇଥିବା ପ୍ରଶ୍ନ ଉପରେ ସରକାରଙ୍କ ଉତର କାହିଁକି ରଖିଲେ ନାହିଁ ତାହା ସନ୍ଦେହ ବଢ଼ାଉଛି । ରାଜ୍ୟ ସରକାରଙ୍କ ତରଫରୁ କେହି ମନଇଛା ଖବର ପରିବେଷଣ କରି ପାରିବେ ନାହିଁ ବୋଲି ଯେଉଁ ଅଲିଖିତ ଫତୱା ଜାରୀ କରାଯାଇଛି, ତାହା ମାଧ୍ୟମରେ ଗଣମାଧ୍ୟମର କାର୍ଯ୍ୟକୁ ସଙ୍କୁଚିତ କରାଯାଉଛି ବୋଲି କାହିଁକି କୁହାଯିବନି ।

Pīlibhīt Kamaterón ସରକାର ଥରେ ଚିନ୍ତା କରନ୍ତୁ । ସାମ୍ବାଦିକର ବି ଜୀବନ ଅଛି । ତାର ବି ପରିବାର ଅଛି । ଘରେ ପିଲା ଛୁଆଙ୍କୁ ଛାଡି ମୁହଁରେ ମାସ୍କ, ହାତରେ ଗ୍ଲୋଭସ୍ ପିନ୍ଧି ଜୀବନକୁ ପରବାୟ ନ କରି ଖରାରେ କୋଭିଡ-୧୯ ଖବର ସଂଗ୍ରହ କରୁଥିବା ସାମ୍ବାଦିକ କଣ କ୍ରିକେଟ୍ ମ୍ୟାଚ୍ କଭରେଜ୍ ପାଇଁ ଦୌଡୁଛି । କୋଭିଡ୍ ହସପିଟାଲ ସାମ୍ନାରେ, ଓବି ଭ୍ୟାନ ରଖି ସରକାରଙ୍କ ସଫଳ କାର୍ଯ୍ୟାୟନକୁ ଗଣମାଧ୍ୟମ ପ୍ରସାରିତ କରିବା ବେଳେ ସରକାର ଖୁସି ହୁଅନ୍ତି, କିନ୍ତୁ ସେହି ସାମ୍ବାଦିକ କୋଭିଡ ହସପିଟାଲ ସାମ୍ନାରେ ଓବି ବ୍ୟାନ ରଖି ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହେଲାଣି କି ନାହିଁ ପଚାରିବା ବେଳେ ମୁଖପାତ୍ର କୁହନ୍ତି ଘଟଣା ଘଟିବା କ୍ଷଣି ସବୁ ଖବର ଆପଣଙ୍କୁ ଦେବା ଉଚିତ ନୁହେଁ ।

ସରକାରଙ୍କ ଭଲକୁ ଭଲ ବୋଲି ଦେଖାଇବା ଯେମିତି ସାମ୍ବାଦିକର ଦାୟିତ୍ୱ , ସରକାରଙ୍କ ଭୁଲକୁ ଭୁଲ ବୋଲି ଦେଖାଇବା ବି ସେହି ସାମ୍ବାଦିକର କର୍ତ୍ତବ୍ୟ । ପ୍ରତିଦିନ ଅଧଘଂଟାଏ ଧରି ସରକାର ଯେଉଁ ଜାତୀୟ ଓ ଆନ୍ତର୍ଜାତୀୟ ତଥ୍ୟ ରଖୁଛନ୍ତି, ତାହା ବି କେଉଁ ଏକ ସାମ୍ବାଦିକ ହିଁ ଲେଖିଥିବ । ବାଗଚୀ ବାବୁ କହିଲେ, ବର୍ତମାନ ଅସାଧାରଣ ସମୟରେ ଆମକୁ ଦାୟିତ୍ୱବାନ ହେବାକୁ ପଡିବ । କିନ୍ତୁ ସରକାର କାହିଁକି ବୁଝିବାକୁ ଚାହୁଁ ନାହାଁନ୍ତି ଯେ, ମାତ୍ର କେଇ ଟଙ୍କା ଦରମାରେ ନିଜ ଜୀବନକୁ ପାଣି ଛଡାଇ କୋଭିଡ ଖେଳର ବିବରଣୀ ଦେଉଥିବା ସାମ୍ବାଦିକ ନିଜ ଦାୟିତ୍ୱ ପ୍ରତି ଯଥେଷ୍ଟ ସତର୍କ ଓ ସଚେତନ ରହିଛି ।

ଆଜି ପର୍ଯ୍ୟନ୍ତ କୌଣସି ଗଣମାଧ୍ୟମ କୋଭିଡ କୁ ନେଇ ତ୍ରୁଟିପୂର୍ଣ୍ଣ ବା ଭୁଲ ତଥ୍ୟ ରାଜ୍ୟବାସୀଙ୍କୁ ଦେଇ ନାହାଁନ୍ତି । ପରିବାର କଥା ପଛରେ ପକାଇ ଯେଉଁ ସାମ୍ବାଦିକ ଦିନ ରାତି ସାଧାରଣ ଲୋକଙ୍କ ପାଇଁ ଖବର ପରିବେଷଣ କରୁଛି, ସେ ସାମ୍ବାଦିକ ଯେ କ୍ରିକେଟ୍ କଭରେଜ୍ ଦେଉଛି ବୋଲି ସରକାର ଭାବିବା ଦୁର୍ଭାଗ୍ୟଜନକ ନୁହେଁ କି ? ପୁନଶ୍ଚ, ରାତି ୧୨ଟାରେ ଘରୁ ଥାଇ ବ୍ରେକିଂ ନ୍ୟୁଜ ଭାବେ ସରକାରୀ ତଥ୍ୟକୁ ଲାଇଭ୍ ଦେଖାଉଥିବା ସାମ୍ବାଦିକ ବି କଣ ଆଇପିଏଲ ବିବରଣୀ ଦେଉଛି ? ନିର୍ମାଣ ଶ୍ରମିକଙ୍କ ଠାରୁ ନେଇ ରାସନ କାର୍ଡ ଧାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା ବୁଝି ପାରି ପ୍ୟାକେଜ୍ ଘୋଷଣା କଲେ ସରକାର । କିନ୍ତୁ ସାମ୍ବାଦିକଙ୍କୁ ଭୁଲିଗଲେ । ଏଥିରେ ବି ଅନୁତାପ ବା ଅନୁରୋଧ ନଥିଲା । ଗଣମାଧ୍ୟମ ତଥାପି ଚୁପ ଥିଲା । କିନ୍ତୁ ଗଣମାଧ୍ୟମର ପ୍ରଶ୍ନର ଉତର ନଦେଇ ସାମ୍ବାଦିକଙ୍କୁ କଟାକ୍ଷ କରିବା ସରକାରଙ୍କ ପକ୍ଷେ ସମୀଚିନ ହୋଇଛି କି , ରାଜ୍ୟବାସୀ ତାହାର ବିଚାର କରିବେ ବୋଲି ଆଶା…

367 Views

Leave a Reply

Your email address will not be published. Required fields are marked *

Translate »