ସଡକ୍ ପେ ହମ୍‌ନେ ଘର ବସାଲିୟା…

Spread the love

http://counsellingarena.co.uk/wp-json/oembed/1.0/embed?url=http://counsellingarena.co.uk/contact-counselling-arena Lappeenranta ଆଫତାବ ନ୍ୟୁଜ ବ୍ୟୁରୋ : ଆପଣ ଘରେ ରୁହନ୍ତୁ । ଆପଣଙ୍କ ସୁରକ୍ଷା ପାଇଁ ଆମେ ସଡକ ଉପରେ ଅଛୁ । ଲକ୍ ଡାଉନରେ ଲୋକେ ଘରେ ରହିବାକୁ ଅପିଲ କରି ପୁରୀ ଏସପିଙ୍କ ଟୁଇଟର ହାଣ୍ଡେଲରେ ଆବେଗ ପୂର୍ଣ୍ଣ ଟୁଇଟକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Piraquara where to buy primaquine ଟୁଇଟରେ ଲେଖା ହୋଇଛି, ସଡକ୍ ପେ ହମ୍‌ନେ ଘର ବସାଲିୟା, କି ଆପ୍ ଅପ୍‌ନେ ଘର୍ ମେଁ ରହୈ… । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି । ରଡ ନିଆଁ ଭଳି ଖରାରେ ତାତି ସମ୍ଭାଳି ପଡି ରହିଛନ୍ତି । ସେମାନଙ୍କର ବି ପରିବାର ଅଛି । ବାପା, ମା, ସ୍ତ୍ରୀ, ପିଲା ସମସ୍ତେ ଅଛନ୍ତି । ହେଲେ ଜନତାଙ୍କ ପାଇଁ ସେମାନେ ଦିନ ରାତି ଏକ କରି ଖଟୁଛନ୍ତି । ତେଣୁ ଅନ୍ତତଃ ସେମାନଙ୍କ ମୁହଁକୁ ଚାହିଁ ଲୋକେ ଘରେ ରହିବାକୁ ଏସପି ଅପିଲ୍ କରିଛନ୍ତି ।

ପୁରୀକୁ ପ୍ରବେଶ କରିବାର ସବୁ ରାସ୍ତା ସିଲ୍ କରାଯାଇଛି । ସବୁଠାରେ ତମ୍ବୁରେ ଅସ୍ଥାୟୀ ଘର ନିର୍ମାଣ କରି ପୁଲିସ ଡ୍ୟୁଟି କରୁଛନ୍ତି । ଖରା, ବର୍ଷାକୁ ଖାତିର ନକରି ଲୋକଙ୍କ ସେବାରେ ନିମଗ୍ନ ପୋଲିସ କର୍ମଚାରୀ । କିନ୍ତୁ ବାହାନା ଦେଖାଇ ବାହାରକୁ ବାହାରୁଛନ୍ତି ଲୋକେ । ଲୋକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଲକ୍ ଡାଉନ କରାଯାଇଛି, କିନ୍ତୁ କେତେବେଳେ ପରିବା, ସଉଦା ବାହାନାରେ ତ କେତେବେଳେ ମାଛ, ମାଂସ, ମେଡିସିନ୍ ବାହାନାରେ ଲୋକେ ଖୁଲମଖୁଲା ବୁଲୁଛନ୍ତି । ହାତରେ ପୁରୁଣା ଡାକ୍ତରୀ ଚିଠା କି ଦି ଚାରିଟା ଔଷଧ ଖୋଳ ଧରି ଲୋକେ ଗାଡି ଧରି ବଜାରରେ ବୁଲୁଛନ୍ତି । ଯେଉଁମାନଙ୍କୁ ଅଟକାଇବା ପୋଲିସ ପାଇଁ ସମ୍ଭବ ହେଉନାହିଁ । ତେବେ ଲୋକଙ୍କ ଏଭଳି ଅଭାବନୀୟ ଅସହଯୋଗ ପୋଲିସ କର୍ମଚାରୀଙ୍କ ମନୋବଳ ଭାଙ୍ଗି ଦେଉଥିବା ଚର୍ଚ୍ଚା ହେଉଛି ।

595 Views

Leave a Reply

Your email address will not be published. Required fields are marked *

Translate »