ପିପିଲିରେ ଦେଢ଼ ଲକ୍ଷ ଲୋକଙ୍କୁ କୋଡିଏ ଜଣ ପୋଲିସ୍‌

Spread the love

ପିପିଲି- ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ବି ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି । ଗାଁ ଗହଳି ପାଇଁ କରୋନା ଯେମିତି ଚିନ୍ତାର ବିଷୟ ପାଲଟିଛି । ସହରରୁ ଭିଟାମାଟି ମୁହାଁ ଶ୍ରମିକ କରୋନାର ବାହକ ହୋଇ ପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ଡଃ ସୌମ୍ୟା ସ୍ୱାମୀନାଥନ ଆଶଙ୍କା ବ୍ୟକ୍ତ କରିଛନ୍ତି । ଠିକ୍ ଏତିକି ବେଳେ ଲକ୍ ଡାଉନ୍ ଓ ହୋମ୍ କ୍ୱାରେନଟାଇନକୁ ନେଇ ପିପିଲିରୁ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଯାହା ହୋସ୍ ଉଡାଇ ଦେବା ଭଳି ।

ଲକ୍ ଡାଉନ୍‌ରେ ପୋଲିସ୍ ସବୁଠୁ ବଡ ଭୂମିକା ଥିବା ବେଳେ ପିପିଲି ପୋଲିସର ଦୟନୀୟ ଚିତ୍ର ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପିପିଲି ଥାନା ଅଧିନରେ ୨୫ଟି ଗ୍ରାମପଂଚାୟତ ଓ ୧୮୭ ଟି ଗାଁ ଥିବା ବେଳେ, ପୁରୀ ପୋଲିସ ୱେବସାଇଟ୍ ତଥ୍ୟ ଅନୁଯାୟୀ ଏଠାକାର ଲୋକସଂଖ୍ୟା ୧ ଲକ୍ଷ ୪୦ହଜାର ୨୦୧ । ଗତ ଜନଗଣନା ଆଧାରରେ ଏହି ଲୋକସଂଖ୍ୟା ଥିବା ବେଳେ ଚଳିତ ଥର ଏହା ଦେଢ଼ଲକ୍ଷ ଛୁଇଁବା ଅନୁମାନ କରାଯାଉଛି । କିନ୍ତୁ ପିପିଲି ପୋଲିସର କର୍ମଚାରୀଙ୍କ ସଂଖ୍ୟା ମାତ୍ର ୧୯ ।

buy Pregabalin cheap uk how to buy cytotec without a prescription ପିପିଲି ଥାନାରେ ଇନସପେକ୍ଟର ଗୌରାଙ୍ଗ ଚରଣ ସ୍ୱାଇଁଙ୍କ ସହ ୩ଜଣ ସବ୍ ଇନସେପକ୍ଟର, ୩ଜଣ ଏଏସ୍‌ଆଇ, ୩ଜଣ ହାବିଲ୍‌ଦାର ଓ ୯ଜଣ କନେଷ୍ଟବଳ କାର୍ଯ୍ୟ କରୁଛନ୍ତି । ଏମାନେ ହେଉଛନ୍ତି ପିପିଲି ଥାନାର ନିୟମିତ କର୍ମଚାରୀ । ଅବଶ୍ୟ ଏବେ କରୋନା ମୁକାବିଲା ପାଇଁ ପିପିଲି ପୋଲିସକୁ ସହଯୋଗ କରିବାକୁ ଗୋଟିଏ ସେକ୍ସନ ଫୋର୍ସ ଯୋଗାଇ ଦିଆଯାଇଛି । ଅର୍ଥାତ୍ ଦେଢ଼ଲକ୍ଷ ଲୋକଙ୍କୁ ସୁରକ୍ଷା ଓ ସହାୟତା ଯୋଗାଇଦେବାକୁ ପିପିଲି ଥାନାରେ ମାତ୍ର ୧୯ଜଣ କର୍ମଚାରୀ ରହିଛନ୍ତି ।

Virac buy gabapentin 300 mg uk ଏଭଳି ସମୟରେ ଲୋକେ ପୋଲିସ ଉପରେ ବେଶୀ ନିର୍ଭରଶୀଳ । ଦୈନିକ ପାଟ୍ରୋଲିଂ କରିବା, ଛକ ଛକରେ ନାକାବନ୍ଦୀ କରିବା, ଚଢ଼ାଉ ଓ ଗିରଫ କରିବା, ବଜାର ନିୟନ୍ତ୍ରଣ, ବିଭିନ୍ନ ସ୍ଥାନାରେ ସାପ୍ତାହିକ ହାଟ ପ୍ରଭୃତି କାର୍ଯ୍ୟଭାର ରହୁଛି ପୋଲିସ ଉପରେ । ଲୋକେ ଘରେ ରହିବା ପାଇଁ ରାସ୍ତାରେ ତମ୍ବୁ ପକାଇ ନିଜର ଘର ତିଆରି କରିଛି ପୋଲିସ । ଥରେ ଡ୍ୟୁଟିକୁ ଆସିବା ପରେ କେତେବେଳେ କାମ ସରିବ କର୍ମଚାରୀ ଜାଣି ପାରୁ ନାହାଁନ୍ତି । ମାତ୍ରାଧିକ ଚାପ ସାଙ୍ଗକୁ କାଗଜପତ୍ର କାମ ବି କରିବାକୁ ପଡୁଛି ।

ତା ଭିତରେ ବରିଷ୍ଠ ଅଧିକାରୀଙ୍କ ଚାପ, ଗଣମାଧ୍ୟମର ସମାଲୋଚନା ବି ପୋଲିସକୁ ଚାପଗ୍ରସ୍ତ କରୁଛି । ତଥାପି ଲୋକେ ସତର୍କ ନୁହଁନ୍ତି । ବରଂ ବାହାନା ଦେଖାଇ ଘରୁ ବାହାରିବାକୁ ବ୍ୟସ୍ତ ହେଉଛନ୍ତି । ଏପରିସ୍ଥଳେ ମାତ୍ର ୨୦ଜଣ କର୍ମଚାରୀଙ୍କୁ ନେଇ ପୋଲିସ ଦେଢ଼ ଲକ୍ଷ ଲୋକଙ୍କୁ କେମିତି ସମ୍ଭାଳିବ ତାହା ଯେତିକି ଉଦବେଗଜନକ, ତା ଠାରୁ ବେଶୀ ଚିନ୍ତାଜନକ ପୋଲିସକୁ ଲୋକେ ସହଯୋଗ ନକରିବା । ଦେଶ ତଥା ରାଜ୍ୟର ଦୁର୍ଦ୍ଦିନ ସମୟରେ ପୋଲିସକୁ ଜନତାଙ୍କ ସମର୍ଥନ ବଦଳରେ ଅସହଯୋଗ ପୋଲିସର ମନୋବଳ ଭାଙ୍ଗି ଦେଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

87 Views

Leave a Reply

Your email address will not be published. Required fields are marked *

Translate »