ପାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା କରୋନା

Spread the love

http://travelengine.eu/nl/2018/05/29/payment-methods-per-booking-site/ http://peternakdombamerino.aqiqahamr.com/wp-json/wp/v2/product/187 ଆଫତାବ ନ୍ୟୁଜ୍ ବ୍ୟୁରୋ : କରୋନାର ସିଧା ପ୍ରଭାବ ପଡିଛି ପାନଚାଷୀଙ୍କ ଉପରେ । ଲକ୍ ଡାଉନ ବେଳେ ପାନ ବଜାରକୁ ଆସିବା ଏତେ ସମ୍ଭବ ହେଉ ନଥିବା ବେଳେ ବରଜରେ ପାନ ସଢ଼ିଲାଣି । ଫଳରେ ଧାରକରଜ କରି ବରଜ ପ୍ରସ୍ତୁତ କରିଥିବା ପାନ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି ।

ପିପିଲି ବ୍ଲକ ଦାଣ୍ଡ ମୁକୁନ୍ଦପୁର, ବରଜୁ ପାଟଣା, ଷଷ୍ଠସ, ଦାସପାଟଣା, ଦୁର୍ଗାଦାସପୁର, ମଙ୍ଗଳପୁର ଓ ସାତଶଙ୍ଖ ପ୍ରଭୃତି ଅଂଚଳରେ ଶହ ଶହ ପାନ ଚାଷୀ ପାନ ବରଜରୁ ଗୁଜୁରାଣ ମେଂଟାନ୍ତି । ଏଠାରୁ ପାନ ସାଧାରଣତଃ ପିପିଲି, ବଳଙ୍ଗା ଓ ସାତଶଙ୍ଖ ହାଟରେ ବିକ୍ରି ହେବା ସହ ପଶ୍ଚିମବଙ୍ଗ, ବିହାର, ଛତିଶଗଡ ଓ ମହାରାଷ୍ଟ୍ରକୁ ରପ୍ତାନୀ ହୋଇଥାଏ । ସେଥିରୁ ମିଳୁଥିବା ଦି ପଇସାରେ ଚାଷୀ ପରିବାର ଚଳାଇବା ସହ ବରଜ ସମ୍ଭାଳିଥାଏ ।

ପ୍ରାୟ ଅଢ଼େଇରୁ ତିନି ମିଟର ଉଚ୍ଚରେ ମାଟି ପକାଯାଇ ବରଜ ନିର୍ମାଣ କରାଯାଏ । ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଏହାକୁ ପ୍ରସ୍ତୁତ କରେ । ସୂଚନା ମୁତାବକ ଗୋଟିଏ ପାନ ବରଜ ପ୍ରସ୍ତୁତ କରିବା ପାଇଁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ପାନକୁ ଟବାକୋ ଜାତୀୟ ଦର୍ଶାଇ ଏଥିନିମନ୍ତେ ବ୍ୟାଙ୍କ ଋଣ ଦେଇ ନଥାଏ । ତେଣୁ ଏଥିପାଇଁ ଚାଷୀକୁ ଧାରକରଜ କରିବାକୁ ପଡେ ।

ଗତବର୍ଷ ଫନୀରେ ପାନବରଜ ନଷ୍ଟ ହୋଇ ଚାଷୀ ପ୍ରଭୁତ କ୍ଷତି ସହିଥିଲେ । ହାତ ଉଧାରି ଆଣି ଚାଷୀ ପୁଣିଥରେ ପାନ ଚାଷ କରି ଅଂଟା ସଳଖିବା ବେଳକୁ କରୋନା ମାଡରେ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି । ଏଯାଏଁ ପାନଚାଷୀଙ୍କୁ ଫନୀ ସହାୟତା ମିଳିନଥିବା ବେଳେ କରୋନା ଚଡକ ଚାଷୀ ପରିବାର ଉଜାଡି ଦେବାର ସମ୍ଭାବନା ଛିଡା କରିଛି ।

62 Views

Leave a Reply

Your email address will not be published. Required fields are marked *

Translate »